ଅନୁଗୁଳ(ସୁବ୍ରତ ପଟ୍ଟନାୟକ): ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ଅଭୟାରଣ୍ୟ ଅନ୍ତର୍ଗତ ଟିକରପଡା ଠାରେ ବିଶ୍ୱ ବାଘ ଦିବସ ପାଳିତ ହୋଇଯାଇଛି । ସମ୍ପୃକ୍ତ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଗୁଳ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ର ଡିଏଫଓ ଡ଼ ସରୋଜ ପଣ୍ଡା , ଏସିଏଫ ଶୁଭେନ୍ଦୁ ବେହେରା ଓ ଦିବ୍ୟସିଂ ମାଝୀ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଅବସରରେ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ଅତିଥିମାନେ ପରିବେଶ ସୁରକ୍ଷା କ୍ଷେତ୍ରରେ ବାଘ ର ଆଵଶ୍ୟକତା ଉପରେ ଆଲୋକପାତ କରିଥିଲେ ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରେ ଏହି ସଚେତନତା ଶୋଭାଯାତ୍ରା ସ୍ଥାନୀୟ ଟିକରପଡା ରେ ଥିବା ବନ ବିଭାଗ ର ଅତିଥିଶାଳା ରେ ପହଞ୍ଚିଥିଲା । ପରେ ପରେ ସେଠାରେ ଅନୁଷ୍ଠିତ ହୋଇଥିଲା ସଚେତନତା ସଭା । ଏହି କାର୍ଯ୍ୟକ୍ରମ ରେ ସମ୍ପୃକ୍ତ ବନଖଣ୍ଡ ର ସମସ୍ତ ବନାଞ୍ଚଳ ଅଧିକାରୀ ଓ ବନପାଳ ଙ୍କ ସମେତ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ ଯେ ପ୍ରତିବର୍ଷ ଜୁଲାଇ ମାସ ୨୯ ତାରିଖରେ ବିଶ୍ୱ ବ୍ୟାଘ୍ର ଦିବସ ପାଳିତ ହୋଇଥାଏ । ସମଗ୍ର ବିଶ୍ୱ ରେ କ୍ରମାନ୍ଵୟରେ ବାଘ ବଂଶ ଲୋପ ପାଉଥିବା ବେଳେ ୨୦୧୦ ମସିହା ଗଣନା ଅନୁଯାୟୀ ସମଗ୍ର ବିଶ୍ୱରେ ୧୭୦୦ ବାଘ ରହିଥିବା ରିପୋର୍ଟ ରେ ଦର୍ଶାଯାଇଥିବା ଜଣାପଡିଛି । ପୃଥିବୀର ମାତ୍ର ୧୩ ଟି ଦେଶର ଜଙ୍ଗଲ ରେ ବାଘ ରହୁଥିବା କୁହାଯାଉଛି ।