ଅନୁଗୋଳ (ସୁବ୍ରତ ପଟ୍ଟନାୟକ): ଆଜି ସକାଳ ପ୍ରାୟ ୮ ଘଟିକା ୩୦ ମିନିଟ ସମୟରେ ଅନୁଗୋଳ ଜିଲ୍ଲାର ମୁଖ୍ୟ ଡାକ ଘରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ର ଅବ୍ୟବହିତ ପୂର୍ବରୁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଅନୁଗୋଳ ସଦର ମହକୁମା ସ୍ଥିତ ମୁଖ୍ୟ ଡାକ ଘର ପରିସର ରୁ ତ୍ରିରଙ୍ଗା ନେଇ ଡାକ କାର୍ଯ୍ୟାଳୟ ଠାରୁ ବାହାରି ଭାରତ ମାତା କି ଜୟ, ବନ୍ଦେ ମା ତାରାମ ର ସ୍ଲୋଗାନ ଦେଇ ଶାନ୍ତି ହୋଟେଲ, ଥାନା ଛକ ହୋଇ ପୁଣି ସେହି ଡାକ ଘର କୁ ଫେରିଥିଲେ ଡାକ କର୍ମଚାରୀ । ଏହି ଶୋଭାଯାତ୍ରା ର ମୁଖ୍ୟ ଲକ୍ଷ୍ୟ ହେଉଛି ପ୍ରତ୍ୟକ ଘରେ ଯେମିତି ସମସ୍ତେ ଜାତୀୟ ପତାକା କୁ ଉଡାଇବେ ସେଥିପାଇଁ ଶୋଭାଯାତ୍ରା ମାଧ୍ୟମରେ ଅନୁଗୋଳ ଜିଲ୍ଲା ବାସୀଙ୍କୁ ଅନୁରୋଧ କରିଛନ୍ତି ଡାକ ବିଭାଗ ସମସ୍ତ କର୍ମଚାରୀ। ସେହିପରି ବଅଁରପାଳ ବ୍ଲକ ଅନ୍ତର୍ଗତ ରାଣୀ ଗୋଡା ପଞ୍ଚାୟତରେ ମଧ୍ୟ ଅନୁରୂପ ଭାବେ ଆଜି ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ସଂକ୍ରାନ୍ତିୟ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଶୋଭାଯାତ୍ରା ଟି ରାଣୀଗୋଡା ହନୁମାନ ମନ୍ଦିର ଠାରୁ ବାହାରି ଭାରତ ପଞ୍ଚାୟତ ପରିକ୍ରମା କରିଥିଲା । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ପ୍ରକାଶ ଚନ୍ଦ୍ର ଦେହୁରୀ, ଅନୁଗୋଳ ଡାକ ଅଧିକାରୀ ଟିକନ ଦେବତା, ରାଣୀଗୋଡା ଶାଖା ର ଶୁଭକର ସାହୁ, PTC ଭାୟା ର ଗୋପିନାଥ କର, କେନ୍ଦ୍ରୀୟ ବିଦ୍ୟାଳୟ ୨ ର ଛାତ୍ରଛାତ୍ରୀ, ରାଣୀଗୋଡା ସରକାରୀ ଉପ୍ରା ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଯୋଗ ଦେବା ସହିତ ରାଣୀ ଗୋଡା ପଞ୍ଚାୟତର ପିଣ୍ଟୁ ବେହେରା, ନରେଶ ବେହେରା, ରାଜ କିଶୋର୍ ଦାସ, ତେତ୍ରା ନନ୍ଦ ସାମନ୍ତ ପ୍ରମୁଖ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ ।